ସାଲେପୁର: ବସ୍-ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳଗଡା ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିବାବେଳେ ନାନ୍ଦୋଳନଗଡ଼ାରେ ଧକ୍କା ଦେଇଥିଲା ବସ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ କେନ୍ଦ୍ରାପଡ଼ାର । ଦୁର୍ଘଟଣାଗ୍ରସ୍ତ ବସ୍ ସାଲେପୁର ଥାନାରେ ଅଟକ ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
ସେହିଭଳି ଆଜି ଢେଙ୍କାନାଳରେ ବି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଛିଣ୍ଡିଯାଉଛି ଯାତ୍ରୀଙ୍କ ହାତ । ଟ୍ରକ୍ ପଛପଟେ ପିଟିହେଲା ବସ୍ । ଦୁର୍ଘଟଣାରେ ଯାତ୍ରୀଙ୍କ ହାତ ଛିଣ୍ଡିଗଲା । ଯାହାଖବର ମିଳିଛି କି, ଢେଙ୍କାନାଳ ମୋଟଙ୍ଗା ଥାନା ନିମବାହାଳୀ ଠାରେ ଟ୍ରକକୁ ପଛ ପଟୁ ପିଟି ହେଲା ବସ୍ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଢେଙ୍କାନାଳ ଇନ୍ଦିପୁରରୁ ଏକ ବସ୍ ଯୋଗେ ମେରାମଣ୍ଡଳୀର ଘରୋଇ କମ୍ପାନୀରେ କାମ କରୁଥିବା ୪୦ ଠିକା କର୍ମଚାରୀ ଯାଉଥିଲେ । ହଠାତ୍ ବସଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ହାତ ଛିଣ୍ଡିଯାଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।