ନୂଆଦିଲ୍ଲୀ: ଦିଲ୍ଲୀରେ BRICS ସମ୍ମିଳନୀ ପୂର୍ବରୁ ହେବ ଭାରତ-ରୁଷିଆର ଏକ ବଡ଼ ଆଲୋଚନା। ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ ଏହାକୁ ନିଶ୍ଚିତ କରିଛନ୍ତି। ଏହି ବୈଠକର ସବୁଠାରୁ ବଡ଼ ଆକର୍ଷଣ ହୋଇପାରେ ରୁଷିଆର ଅତ୍ୟାଧୁନିକ Su-57 ଷ୍ଟିଲ୍ଥ ଫାଇଟର୍ ଜେଟ୍। ଭାରତକୁ Su-57 ବିକ୍ରି ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ, ଏଥର ଏହି ପ୍ରସଙ୍ଗ ବୈଠକରେ ଗୁରୁତ୍ୱ ପାଇପାରେ। ଏହା ସହିତ ଦୁଇ ଦେଶର ବ୍ୟବସାୟ ଓ ଆର୍ଥିକ ସହଯୋଗ ମଧ୍ୟ ଆଲୋଚନାରେ ରହିବ।
କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରି ପେସ୍କୋଭଙ୍କ ଅନୁସାରେ, ବୈଠକରେ ରୁଷିଆର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର୍ ଜେଟ୍ Su-57 ଭାରତକୁ ବିକ୍ରି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ ମଧ୍ୟ ଆଲୋଚନା ହେବ। ରୁଷିଆରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକାର ପ୍ରସ୍ତାବିତ ୧୦୦% ଟାରିଫ୍କୁ ମଧ୍ୟ ପେସ୍କୋଭ ତୀବ୍ର ବିରୋଧ କରି ଏହାକୁ “ଅବୈଧ ଓ ଗ୍ରହଣଯୋଗ୍ୟ ନୁହେଁ” ବୋଲି କହିଛି।