ଜଳେଶ୍ବର: ବିଜୟା ଦଶମୀରେ ବଡ଼ ଅଘଟଣ । ନଦୀରେ ବୁଡ଼ି ଚାଲିଗଲା ୨ ଭାଇଙ୍କ ଜୀବନ । ପୂଜା ଖୁସି ବଦଳିଲା ଦୁଃଖରେ। ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ୨ ଭାଇ । ମାମୁଘର ବୁଲିବାକୁ ଆସି ଚାଲିଗଲା ଜୀବନ । ଦଶହରାରେ ଦୁଇ ଭାଇଙ୍କ ସଲିଳ ସମାଧି । ସୁବର୍ଣ୍ଣରେଖା ନଦୀ ନେଲା ୨ ଜୀବନ । ବାଲିଆପାଳରେ ହୃଦୟବିଦାରକ ଘଟଣା ।
ଦୁଇ ଭାଇଙ୍କ ମୃତ୍ୟୁରେ ଶୋକାକୁଳ ପରିବାର। ପୂଜା ବୁଲିବାକୁ ଆସିଥିଲେ, ଫେରିଲା ମୃତଦେହ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀର ମାନପୁର ଘାଟରେ ଘଟିଛି ଅଘଟଣ । ମୃତକ ଦୁଇ ଭାଇ ତଳଧାନଦା ଗାଁର ରମୀୟ ରଞ୍ଜନ ଗିରି ଓ ସୌମ୍ଯରଞ୍ଜନ ଗିରି । ମାମୁ ଘରକୁ ଦୁର୍ଗା ପୂଜା ପାଇଁ ବୁଲିବାକୁ ଆସିଥିବା ବେଳେ ନଦୀରେ ବୁଡ଼ିଯାଇଥିଲେ ।