Spread the love

ନୟାଗଡ଼: ବାକି ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ । ବାକି ଟଙ୍କା ମାଗିବାରୁ ବୃଦ୍ଧଙ୍କୁ ବାଉଁଶରେ ପିଟିପିଟି ହତ୍ଯା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ପାଣିଭଣ୍ଡାର ଗାଁରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ । ମୃତକ ହେଲେ ପାଣିଭଣ୍ଡାର ଗାଁର ୮୦ ବର୍ଷୀୟ ବୃଦ୍ଧ ଗୋପୀନାଥ ଡାକୁଆ ।

ଗୋପୀନାଥଙ୍କ ନାତି ଗୋଲଗାଁ ବଜାରରେ ଏକ ଫାଷ୍ଟଫୁଡ୍ ଦୋକାନ କରିଛନ୍ତି । ପାଣିଭଣ୍ଡାର ଗାଁର ଟୁଲୁ ପ୍ରଧାନ ସନ୍ଧ୍ଯାରେ ଫାଷ୍ଟଫୁଡ ଦୋକାନରେ ଖାଇବା ପରେ ୫ ଶହ ଟଙ୍କା ବିଲ୍ ହୋଇଥିଲା । ହେଲେ ଟୁଲୁ ଟଙ୍କା ନଦେଇ ପାଟିତୁଣ୍ଡ କରି ପଳାଇଆସିଥିଲା । ପରେ ଟୁଲୁ ବିଳମ୍ବିତ ରାତିରେ ଗୋପୀନାଥଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଡାକି ଅତର୍କିତ ଭାବେ ବାଉଁଶ ଠେଙ୍ଗାରେ ପିଟିଥିଲା ।

ଗ୍ରାମବାସୀ ଗୋପୀନାଥଙ୍କୁ ଗୁରୁତର ଅବସ୍ଥାରେ ଶରଣକୂଳ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳକୁ ଯିବା ସହ ଟୁଲୁକୁ ଅଟକ ରଖି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *