ସୋନପୁର :ମାତିଛନ୍ତି ୟୁପିଆଇ ଠକ । ପେମେଣ୍ଟ୍ ହୋଇଛି ବୋଲି କହୁଛନ୍ତି । ହେଲେ ଆକାଉଣ୍ଟକୁ ଆସୁନି ଟଙ୍କା । ସ୍କ୍ରିନ୍ ସଟ୍ ଦେଖାଉଛନ୍ତି । ହେଲେ ଅସଲରେ କୌଣସି ଟ୍ରାଞ୍ଜାକ୍ସନ୍ ନାହିଁ । ଏପରି ଦେଖିବାକୁ ମିଳିଛି ସୋନପୁରରେ ଚାଲିଥିବା ମୀନାବଜାରରେ ।
ସାବଧାନ୍ । ପୂଜା ବଜାରରେ ମାତିଛନ୍ତି UPI ସ୍କାମର। ଟଙ୍କା ପଠାଉଛନ୍ତି । ପେମେଣ୍ଟ ସକସେସର ସ୍କ୍ରିନ୍ ସଟ୍ ବି ଦେଖାଉଛନ୍ତି। ହେଲେ ଯାଉନି ଟଙ୍କା। ଏଭଳି ଆପ୍ ରେ ଦୋକାନୀଙ୍କୁ ଠକୁଛନ୍ତି କିଛି ଠକ। ଏନେଇ ଏକ ସଙ୍ଗୀନ ଅଭିଯୋଗ ସୁବର୍ଣ୍ଣପୁର ବ୍ଲକ ଛକରେ ଚାଲିଥିବା ମୀନାବଜାରରୁ ଆସିଛି ।
ଅଭିଯୋଗ ଅନୁସାରେ ମୀନା ବଜାରରେ ଜଣେ ଯୁବକ କିଛି ସାମଗ୍ରୀ କିଣି ଫୋନ୍ ପେରେ ପେମେଣ୍ଟ କରିଥିଲେ । ହେଲେ ନିଜ ମୋବାଇଲରେ ପେମେଣ୍ଟ ସଫଳ ହୋଇଥିବା ଦେଖାଇଥିଲେ ହେଁ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନଥିଲା । ସନ୍ଦେହରେ ଯୁବକଙ୍କୁ ଅଟକ ରଖିବା ସହ ସୋନପୁର ପୋଲିସକୁ ଖବର ଦେଇଥିଲେ ମୀନା ବଜାର ମାଲିକ । ପୋଲିସ ଆସି ସମ୍ପୃକ୍ତ ଯୁବକକୁ ପଚରା ଉଚରା କରିବା ବେଳେ ସେ ସତ ମାନିଥିଲେ । ତେବେ ତାଙ୍କୁ ପୋଲିସ ଅଟକ ରଖିଛି । ଘଟଣାକୁ ନେଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୀନାବଜାର ମାଲିକ।