Spread the love

ଭୁବନେଶ୍ବର: ଲଘୁଚାପ ଆସୁଛି, ବଢ଼ୁଛି ବାତ୍ୟା ଆଶଂକା । ଅକ୍ଟୋବର ଶେଷ ଆଡ଼କୁ ଆସୁଥିବା ଏହି ଲଘୁଚାପ ବାତ୍ୟା ଭୟ ସୃଷ୍ଟି କରିଛି । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲୋ ପ୍ରେସର । ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୩ଦିନରେ ଅଧିକ ଘନୀଭୂତ ଭୂତ । ତେବେ ବାତ୍ୟା ସମ୍ଭାବନା ଅଛି କି ନାହିଁ ସେ ନେଇ ସ୍ପଷ୍ଟ କରିନି ଆଇଏମଡି ।  ଏଣେ ଘରୋଇ ପାଣିପାଗ ସଂସ୍ଥା ୱିଣ୍ଡି ମଡେଲରେ ୨୬ ଓ ୨୭ ବେଳକୁ ବାତ୍ୟା ହେବା ଆକଳନ କରାଯାଇଛି । ବାତ୍ୟା ହେଲେ ବିଶାଖାପାଟଣା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପଡ଼ିପାରେ ପ୍ରଭାବ।

ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ଏହା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ । ଏହା କ୍ରମଶଃ ଉତ୍ତର- ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗକୁ ଅଗ୍ରସର ହେବ । ଏହାର ପ୍ରଭାବରେ ୨୩ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲୋପ୍ରସର ଏରିଆ ସୃଷ୍ଟି ହେବ ।  ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପରବର୍ତ୍ତୀ ୩ଦିନରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ଏହା କେତେ ଶକ୍ତିଶାଳୀ ହେବ, ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *