Spread the love

ଭୁବନେଶ୍ୱର : ବନ୍ଧା ହେଲେ କୋଟିପତି ଯନ୍ତ୍ରୀ । ବେତନଟୀ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ । ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ । ତାଙ୍କ ନାଁରେ ୨୩ରୁ ଅଧିକ ପ୍ଲଟ୍ ରହିଛି । ଘରେ ରଖିଥିଲେ ୩୦୦ ଗ୍ରାମର ସୁନା ଗହଣା । ଦୁଇଟି ସ୍ଥାନରେ ସୁଉଚ୍ଚ କୋଠା ସହ ୫ ଏକର ଜାଗାରେ ଫାର୍ମ ହାଉସ୍ ରହିଛି । ୬୯ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୫ ଜଣ ଡିଏସ୍ ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *