ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ନାଉବାହାଳିଠାରେ ଟ୍ରେନ୍ ଧକ୍କାରେ ବାପା ଓ ଦେଢ଼ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମୃତକ ହେଲେ ଦେଉଳକଣ ପଞ୍ଚାୟତ ନୟା ବଗପାଟିଆ ଗ୍ରାମର ବିଶୁ ପେଣ୍ଠଇ ଏବଂ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ଧରମା।
ଧକ୍କାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଲୱେ ପୁଲିସ୍ ପକ୍ଷରୁ ଦୁର୍ଘଟଣା କିପରି ଘଟିଲା ସେନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ବାପା ଓ ଦେଢ଼ ବର୍ଷର ଶିଶୁପୁତ୍ରଙ୍କ ଏକାସାଙ୍ଗରେ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।