Spread the love

ଭୁବନେଶ୍ୱର: ଟ୍ରେନିଂ ଆଳରେ ଅଢ଼େଇ କୋଟି ଚଳୁ । ଦେଢ଼ ବର୍ଷ ପରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଫେରାର । ଟ୍ରେଡିଂରେ ଟଙ୍କା ନିବେଶ କରାଇବା ନାଁରେ ଅଢ଼େଇ କୋଟି ଟଙ୍କାର ଚଳୁ ଅଭିଯୋଗ । ଟ୍ରେନିଂ ଦେବା ଆଳରେ ୩୦ରୁ ଅଧିକ ଲୋକଙ୍କଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ । ମାମଲାରେ ଦେଢ଼ ବର୍ଷ ପରେ ଜଣେ ଦଲାଲକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦ୍ରାପଡ଼ା ପାଟକୁରାର ସ୍ମୃତିରଞ୍ଜନ ବେହେରା ।

ଭୁବନେଶ୍ୱର ବିଜେବିନଗରରେ ରହୁଥିବା ସ୍ମୃତିରଞ୍ଜନ ‘ଇଷ୍ଟ୍ ଏଜ୍ ନାମକ ସଂସ୍ଥା ଜରିଆରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଟ୍ରେଡିଂରେ ଟଙ୍କା ଲଗାଇଲେ ଅଧିକ ରିଟର୍ଣ୍ଣ ମିଳିବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ନିଆଯାଇଥିଲା । ତେବେ ଟଙ୍କା ନେବା ପରେ ପ୍ରତିଶ୍ରୁତି ମୁତାବକ ଟଙ୍କା ନଫେରାଇବାରୁ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗକାରୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଏହି ମାମଲାରେ ସ୍ମୃତିରଞ୍ଜନଙ୍କ ଭାଇ ତଥା ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ, କମ୍ପାନି ମ୍ୟାନେଜର ସୁଚିତ୍ରା ସାମଲଙ୍କ ସମେତ ଆଉ ୨ ଜଣ ଏବେ ବି ଫେରାର । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *