ଢେଙ୍କାନାଳ: ସୋଲାର କରେଣ୍ଟ ଲାଗି ଦନ୍ତାର ମୃତ୍ୟୁ ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ନିକଟରେ ଅଘଟଣ ଘଟିଛି । ଧାନ କ୍ଷେରେ ସୋଲାର କରେଣ୍ଟ ଲଗାଯାଇଥିଲା । ହାତୀଟି କ୍ଷେତରେ ବୁଲୁଥିବାବେଳେ ସୋଲାର କରେଣ୍ଟ ଲାଗିଥିଲା । ମୃତ ହାତୀ ଛୁଆର ବୟସ ପରେ ୯/୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବନବିଭାଗ।
ଖବର ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ଷଢଙ୍ଗୀ ରେଞ୍ଜ ଅନ୍ତର୍ଗତ ଶ୍ରୀମନ୍ତପୁର ନିକଟରେ ମୃତଦେହ ଠାବ କରାଯାଇଛି । ମୃତ ହାତୀ ଛୁଆର ବୟସ ପରେ ୯/୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଧାନ ବିଲରେ ଲଗାଇଥିବା ସୋଲାର ଫେନସିଂ ତାର ଲାଗି ହାତୀ ଛୁଆ ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି। ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ତେବେ ଧରା ପଡିଯିବା ଭୟରେ ସୋଲାର ଫେନ୍ସିଂକୁ ଉପାଡି ନିଆଯାଇଥିବା ସନ୍ଦେହ କରାଯାଉଛି । ସୋଲାର ଫେନ୍ସିଂ ବିଛାଇଥିବା ଜମି ମାଲିକ ଶ୍ରୀମନ୍ତପୁର ଗାଁର ମାନ ଗୁଇଆ ନାମକ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ । ହାତୀ ଛୁଆର ମୃତଦେହ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଛି ବନ ବିଭାଗ ।