Spread the love

ବିଶ୍ରା:ଜଙ୍ଗଲ ନିକଟରେ ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ଜବାଘାଟ ଗ୍ରାମର ଡିଲେଶ୍ୱର ମାହାନ୍ତଙ୍କ ପୁଅ ଅଶୋକ ନାଥ ମାହାନ୍ତ (୧୬)। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହୋଇଥିଲେ।

ଖବରମୁତାବକ; ବୁଧବାର ରାତି ପ୍ରାୟ ତିନିଟା ସମୟରେ ଅଶୋକ ମୋବାଇଲ ଫୋନ୍ ନେଇ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଏକ ବଣୁଆ ଦନ୍ତା ହାତୀ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଓ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସହାୟତା ପ୍ରଦାନ ଦାବିରେ ଆରଏସ କଲୋନୀ ଛକରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବନ୍ଧମୁଣ୍ଡା ପୋଲିସ ଓ ବିଶ୍ରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

 

Leave a Reply

Your email address will not be published. Required fields are marked *