Spread the love

ବାଲେଶ୍ବର: ସୁନାଋଣ ପ୍ରଦାନରେ ଜାଲିଆତି ଅଭିଯୋଗରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅର୍ଥନୈତିକ ଶାଖା ବାଲେଶ୍ୱର ଜିଲା ଜୋଡା ୟୁନିଅନ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରିଛି । ତାଙ୍କ ନାମରେ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କା ସୁନା ଋଣ ହେରଫେର ଅଭିଯୋଗ ରହିଛି । ବାଲେଶ୍ୱରସ୍ଥିତ ୟୁନିଅନ ବ୍ୟାଙ୍କ ଆଂଚଳିକ ମହାପ୍ରବନ୍ଧକ ଆଶୁତୋଷ ସୁଶୀଲ କୁମାର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ଭୋଇ ୨୦୨୩ରୁ ଜୁନ୍ ୨୦୨୪ ମଧ୍ୟରେ ଜୋଡା ବ୍ରାଂଚର ମ୍ୟାନେଜର ଥିବା ବେଳେ ପ୍ରାୟ ୧୦୦ଟି ସୁନାଋଣ ବିଭିନ୍ନ ଆକାଉଂଟରେ ପ୍ରଦାନ କରଯାଇଥିଲା । ନକଲି ସୁନା ଅଳଙ୍କାର, ନକଲି କାଗଜପତ୍ର ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଋଣ ଦିଆଯାଇଥିଲା, ଯାହା ପରବର୍ତୀ ସମୟରେ ଆଦାୟ କରାଯାଇପାରି ନ ଥିଲା । ଅନ୍ୟପକ୍ଷରେ ଋଣ ପ୍ରଦାନ ବେଳେ ଚଂଚକତା କରାଯାଇଥିଲା । କିଛି କର୍ମଚାରୀଙ୍କ ସହାଯ୍ୟରେ ଶ୍ରୀ ଭୋଇ ଉପଭୋକ୍ତାମାନଙ୍କ ଖାତାକୁ ବିଭିନ୍ନ ସମୟରେ ଋଣ ଅର୍ଥ ପ୍ରଦାନ କରି ତାକୁ ପୁନଶ୍ଚ ଆଉ ଏକ ଆକାଉଂଟକୁ ପଠାଇ ଦେଉଥିଲେ । ସେହି ଆକାଉଂଟରୁ ନିଜେ ଟଙ୍କା ଉଠାଇ ନେଉଥିଲେ । ଗିରଫ ପରେ ଶ୍ରୀ ଭୋଇଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି ।

Leave a Reply

Your email address will not be published. Required fields are marked *