Spread the love

ତାଳଚେର : ସାଙ୍ଗ ସାଙ୍ଗ ମଧ୍ୟରେ ଛୁରାମାଡ଼ ।  ବନ୍ଧୁତା ଭୁଲି ପରସ୍ପରକୁ ଛୁରି ମାରିଲେ ଦୁଇ ସାଙ୍ଗ ।  ଅନୁଗୋଳ ତାଳଚେରରେ ସାମାନ୍ୟ ବଚସାରୁ ଛୁରାମାଡ଼ ।  ଗଣେଶ ବିହାର ଅଞ୍ଚଳରେ ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁଷାଭୁସି। ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।  ଘର କବାଟ ଭାଙ୍ଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଭୟ ରେଳ ବିଭାଗର ଲୋକପାଇଲଟ ବୋଲି ଜଣାପଡ଼ିଛି। ମୃତକ ହେଲେ ହେମନ୍ତ ମହାରଣା । ଗୁରୁତର ସମ୍ବଲପୁର ରେଳ ବିଭାଗର ଲୋକପାଇଲଟ କାହ୍ନୁଚରଣ ଜେନା । ବିଳମ୍ବିତ ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚଷା ହୋଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରୀ ଭୁଷାଭୁସି ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ କୋଲିୟାରୀ ଥାନା ପୋଲିସ ସହ ଏସଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *