ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ବିଜୁ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜଣେ ପାଇଲଟ୍ ଭାବେ ବିଜୁ ବାବୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ଶାହରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ନେଇ ଆସିଥିଲେ। ଏହା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଘନିଷ୍ଠତାକୁ ମଜବୁତ କରିଥିଲା।