Spread the love

ରାଜସ୍ଥାନ : ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ଥିବା ଜଣାପଡିଛି । ଗୋଟିଏ ଦ୍ରୁତଗାମୀ ଟ୍ରଲର ଅନେକଙ୍କୁ ଚାପି ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଆଜି ପ୍ରାୟ ସକାଳ ୯ ଟାରେ ଶ୍ୟାମ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଟ୍ରଲରଟି ଦିଲ୍ଲୀରୁ ଆଜମେର ଅଭିମୁଖେ ଯାତ୍ରା କରୁଥିଲା । ଏହାରି ମଧ୍ୟରେ ରାସ୍ତାରେ ଦମ୍ପତ୍ତି ସେମାନଙ୍କ ୩ ଜଣ ପିଲାଙ୍କ ସହିତ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ଟ୍ରେଲରଟି ସେମାନଙ୍କୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ପିଲାଙ୍କ ମୃତ୍ୟୁ ହୋଇଥିଲା ଏବଂ ସେମାନଙ୍କ ବାପା-ମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ଆଜମେର ବାଇପାସରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଟିମ୍ ଏବଂ ଆମ୍ବୁଲାନ୍ସ  ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପୋଲିସ୍ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ସେମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଟ୍ରଲର  ଡ୍ରାଇଭର କାହିଁକି ନିୟନ୍ତ୍ରଣ ହରାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଘଟଣା ତଦନ୍ତାଧୀନ ରହିଛି । ଏଥିସହ ଜୟପୁର ପୋଲିସ ଘଟଣାସ୍ଥଳରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଲୋକମାନଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛି ।

Leave a Reply

Your email address will not be published. Required fields are marked *