ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହି ରାସ୍ତାଦେଇ ୩/୪ ଟି ଗ୍ରାମର ଅଧିବାସୀ ଯାତାୟତ କରିଥାନ୍ତି।