ଝାରସୁଗୁଡ଼ା : ସ୍ତ୍ରୀକୁ ପିଟିପିଟି ସ୍ୱାମୀ ମାରିଦେଇଥିବା ନେଇ ଅଭିଯୋଗ ଆସିଛି । ଝାରସୁଗୁଡ଼ା ସଦର ଥାନା ହଂଶାମୁରା କଣ୍ଟାପାଲି, ଘୁନଘୁଟି ପଡ଼ାରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଗତକାଲି ରାତିରେ କୌଣସି କାରଣକୁ ନେଇ ସ୍ୱାମୀ ରାହୁଲ ବାଘ ଓ ସ୍ତ୍ରୀ ସୌଦାମିନୀ କିସାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ରାହୁଲ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ବାଡିରେ ପିଟିପିଟି ହତ୍ୟା କରିଥିଲା । ଘଟଣାରେ ସ୍ୱାମୀକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ରାହୁଲ ବାଘଙ୍କ ପରକୀୟ ପ୍ରିତିକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ବଚସା ଲାଗିରହୁଥିଲା । ଗତକାଲି ରାତିରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।