Spread the love

ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ ।  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି ।  ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।  ଗାଁର ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ ରାସ୍ତାରୁ ଏକ ମୋବାଇଲ ପାଇଥିଲେ । ଗତକାଲି ମୋବାଇଲ ମାଲିକ ଆସି ମୋବାଇଲ ନେଇଯାଇଥିଲେ ।  ମୋବାଇଲ ଫେରାଇ ଦେଇଥିବାରୁ ରାଗିଯାଇଥିଲେ ସଦାନନ୍ଦଙ୍କ ବଡପୁଅ ।  ଫଳରେ କଟୁରୀରେ ସଦାନନ୍ଦଙ୍କ ଗୋଡ଼ ହାଣିବା ସହ ଭାଇ ସୁଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।  ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *