ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ଆଜିର ଶୁଣାଣି ଉପରେ ଉଭୟ ଓଡ଼ିଶା ଓ ଛତିଶଗଡର ବୈଷୟିକ ଟିମ ପ୍ରାୟ ୭ ରାଉଣ୍ଡ ଆଲୋଚନା କରିଛନ୍ତି । ପ୍ରାୟ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦକୁ ନେଇ ଅସହମତି ଥିବା ଅନେକ ବିଷୟରେ ସହମତି ପ୍ରକାଶ ପାଇଛି । ଜଳ ବଣ୍ଟନ, ଚାହିଦା ଓ ଜଳ ସନ୍ତୁଳିତ ଉପରେ ପ୍ରାୟ ସହମତି ଜଏଣ୍ଟ ଟେକ୍ସିକାଲ କମିଟିରେ ହେଇଛି । ବିବାଦୀୟ ବିଷୟ ଗୁଡିକ ସହମତି ଆଡକୁ ବଢୁଛି । ଶୀର୍ଷ ନେତୃତ୍ୱ ମଧ୍ୟ ଆଲୋଚନା କରୁଛନ୍ତି । ଏ ଭିତରେ ଗତ ଜୁଲାଇଠାରୁ ୨୦ ଟି ବୈଠକ ସରିଛି । ଦୁଇ ରାଜ୍ୟର ଜଳ ସମ୍ପଦ ସଚିବଙ୍କ ବୈଠକ ହେବ । ଆସନ୍ତା ଜୁଲାଇ ୧୧ରେ ପରବର୍ତ୍ତି ଶୁଣାଣି ରହିଛି । ଏନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।