କଣ୍ଟାବାଞ୍ଝି : ବଲାଙ୍ଗୀରରେ ରାଜନଗର ରିପିଟ୍ । ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଲୋକ । ଦଳିତ ଶ୍ରେଣୀର ମହିଳା ପାଚିକାଙ୍କ ନିଯୁକ୍ତିକୁ ନେଇ ବିବାଦ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଆଦିବାସୀ ଲୋକେ । ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ଶ୍ରେଣୀର ଜଣେ ମହିଳା ପାଚିକା ନିଯୁକ୍ତି ପରେ ଲୋକେ ତାଲା ପକାଇଛନ୍ତି ।
ଦଳିତ ପାଚିକା ରୋଷେଇ କଲେ ପିଲା ଖାଇବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଆଦିବାସୀ ଲୋକେ । ଗାଁରେ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ବି ଲୋକ କର୍ଣ୍ଣପାତ କରୁନାହାନ୍ତି । ମୁରିବାହାଲ ତହସିଲଦାର, ବିଡ଼ିଓ, ସିଡିପିଓ, ଥାନା ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଗାଁ ଲୋକଙ୍କ ସହ କଥା ହୋଇଛନ୍ତି । ଏହି ଘଟଣା ଏବେ ପୂରା ଅଞ୍ଚ ରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସମାନ ଘଟଣା ଘଟିଥିଲା । ଯାହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା । ଜାତୀୟ ସ୍ତରରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ଖବର ।