ସୁନ୍ଦରଗଡ଼: ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ମୟାବାହାଲ ଦେହୁରୀପଡ଼ାରେ ଶୁକ୍ରବାର ରାତିରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ପଡ଼ୋଶୀ ଯୁବକ ହେମନ୍ତ ନାଏକ (୨୬)ଙ୍କର ଗଲା ଜୀବନ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଗ୍ରାମରେ ଡେମୂଳ ପୂଜା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଭିଯୁକ୍ତ କନ୍ଦର୍ପ ଦେହୁରୀ ଗ୍ରାମର ପୂଜକ ଭାବେ ଦାୟିତ୍ୱ ତୁଲାଉଥିଲେ। ପୂଜା ପରେ କୌଣସି କଥାକୁ କେନ୍ଦ୍ର କରି କନ୍ଦର୍ପ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭୟଭୀତ ହୋଇ କନ୍ଦର୍ପଙ୍କ ସ୍ତ୍ରୀ ପଡ଼ୋଶୀ ହେମନ୍ତଙ୍କ ଘରକୁ ଦୌଡ଼ି ପଳାଇଥିଲେ। କନ୍ଦର୍ପ ମଧ୍ୟ ତାଙ୍କ ପଛେ ପଛେ ସେଠାରେ ପହଞ୍ଚିଥିଲେ।