ଭୁବନେଶ୍ଵର: ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ। ବେଲଗାମ ଆମବସ୍। ଅମାନିଆ ଆମ ବସ୍ ଚାଳକ। ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର। ଭୁବନେଶ୍ବର ମଞ୍ଚେଶ୍ୱର ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ଆମ ବସ୍ର ପୁଣି ଆତଙ୍କ। ସ୍କୁଲ ଛୁଟି ପରେ ବାପାଙ୍କ ସହ ଘରକୁ ଫେରୁଥିବା ବେଳେ ବାପା ଓ ଝିଅଙ୍କୁ ଧକ୍କା ଦେଲା ଆମ ବସ୍। ବସଟି ରଙ୍ଗ ରୁଟରେ ଆସୁଥିବା ଅଭିଯୋଗ ହୋଇଛି ।
ଦୁର୍ଘଟଣାରେ ଆହତ ଝିଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ଆମ ବସକୁ ଅଟକାଇବା ସହ ଦୁର୍ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି। ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କମିଶନରେଟ ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ କରୁଛି।