Spread the love

ଭୁବନେଶ୍ୱର : ଶେଷ ହେଲା ସବୁ କଳ୍ପନାଜଳ୍ପନା। ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନ୍ ଙ୍କ ପତ୍ନୀ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଲେ। ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନାନୁଯାୟୀ, ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ଅନେକ ବରିଷ୍ଠ ନେତ୍ରୀ ତାଙ୍କୁ ପାଛୋଟି ନେଇଥିଲେ। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପାଛୋଟି ନେଇଥିଲେ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ୧୨ଟାରୁ ୨ଟା ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ। ବିଜେଡିରେ ସୁଜାତାଙ୍କ ଯୋଗଦାନ ନେଇ ନିଜେ ନବୀନ ଦିନ ୧୨ଟା ୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି କୁହାଯାଇଥିଲା। ଏଥିପାଇଁ ଦିନ ୧୧ଟାରୁ ଶଙ୍ଖ ଭବନରେ ଉପସ୍ଥିତ ରହିବାକୁ ଦଳୀୟ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ନିର୍ଦେଶ ଦିଆଯାଇଥିଲା। ବୁଧବାର ଦିନତମାମ ନବୀନ ନିବାସରେ ଘନଘନ ବୈଠକ ଦେଖିବାକୁ ମିଳିଥିଲା। ସୁଜାତା ଦଳରେ ମିଶିବା ନେଇ ବରିଷ୍ଠ ନେତାମାନଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *