Spread the love

ପୁରୀ : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି । ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡି ର ବ୍ୟବସ୍ଥା ବି କରାଯାଇଛି। ରଥଯାତ୍ରା ସମୟରେ ପିପିଲି ଟୋଲ୍ ଗେଟ୍ ରେ କୌଣସି ଟୋଲ୍ ଟିକସ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏହା ଅଧୀନରେ ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪୦୦ଟି ଇଭି ଗାଡ଼ି ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁମାନଙ୍କୁ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡକୁ ଆଣିବା ଏବଂ ଛାଡ଼ିବା ପାଇଁ ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଚାଲିବ। ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ। ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ। ରଥ ଯାତ୍ରା ପାଇଁ ନିମନ୍ତେ ସୁରୁଖୁରୁରେ ଗାଡ଼ି ପରିଚାଳନା ପାଇଁ RTO -୧ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିବହନ କମିଶନର ଅମିତାଭ ଠାକୁରଙ୍କ ଅ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ସମସ୍ତ ବସ ମାଲିକ ସଂଘ ତଥା ପରିବହନ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସେପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବସରେ ORS ଓ ପାନୀୟ ବ୍ୟବସ୍ଥା ରଖାଯିବ। ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ। ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ବାଡ ରଖାଯିବା ସହିତ କୌଣସି ଗାଡ଼ି ବ୍ରେକଡାଉନ୍ ହେଲେ ତାହାକୁ ବ୍ୟବସ୍ଥାପିତ ପାଇଁ କ୍ରେନ୍ ରଖାଯିବ। ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ। ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି। ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡିର ବ୍ୟବସ୍ଥା ବି କରାଯାଇଛି।

Leave a Reply

Your email address will not be published. Required fields are marked *