Spread the love

କଟକ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଏହି ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି। ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ର ସାଇକେଲ୍‌ରେ କୋର୍ଟ ଗଲେ। ଜୁଡିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଲେ ୩ ବିଚାରପତି। ତୈଳ ସଂକଟ ଭିତରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାଇକେଲରେ ଆସିଲେ। ତେଲର ଅପବ୍ୟବହାର ନକରିବା ପାଇଁ ବିଚାରପତି ଉଦାହରଣ ସୃଷ୍ଟି କରିଛନ୍ତି।

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଏଲ୍ ଚୋକ୍‌ପଏଣ୍ଟ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ପ୍ରଭାବିତ ହୋଇଛି। ତେଲ ଟ୍ୟାଙ୍କର ଚଳାଚଳ ମନ୍ଥର ହୋଇଯାଇଛି ଏବଂ ବୀମା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଯୁଦ୍ଧ ପୂର୍ବରୁ ବିଶ୍ୱ ବଜାରରେ ଯେଉଁ ଅଶୋଧିତ ତେଲ ବାରେଲ ପିଛା ୭୨ ଡଲାର ଥିଲା, ତାହା ଏବେ ବୃଦ୍ଧି ପାଇ ୧୦୫ ଡଲାର ପାର୍ କରିସାରିଛି। ଭାରତରେ ମାତ୍ର କିଛି ଦିନ ପୂର୍ବରୁ ହିଁ ତେଲ ଦର ପାଖାପାଖି ୩ ଟଙ୍କା ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *