ଭୁବନେଶ୍ୱର : ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଁ ଘୋଷଣା ହୋଇଛି । ସେହିପରି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି । ନିତ୍ୟାନନ୍ଦ ଗଣ୍ଡଙ୍କୁ ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା କମିଟି ଅଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାଁ ଘୋଷଣା କରାଯାଇଛି ।
ଅନୁଗୋଳ ଜିଲ୍ଲା ପାଇଁ ଅଶୋକ ମହାନ୍ତି, ବଲାଙ୍ଗୀର ପାଇଁ ଲକ୍ଷ୍ମଣ ବାଗ, ବାଲେଶ୍ବରର ପଦ୍ମଲୋଚନ ପଣ୍ଡା, ବରଗଡ଼ ପାଇଁ ଅଶ୍ବିନୀ ଷଡ଼ଙ୍ଗୀ, ଭଦ୍ରକ ପାଇଁ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି । ବୌଦ୍ଧ ଜିଲ୍ଲା କମିଟି ପାଇଁ କହ୍ନେଇ ଚରଣ ଡାଙ୍ଗ, କଟକ ପାଇଁ ଛବି ମଲ୍ଲିକ, ଢେଙ୍କାନାଳ ଜିଲ୍ଲା କମିଟି ଅଧ୍ୟକ୍ଷ ଭାବେ ସୀମାରାଣୀ ନାୟକଙ୍କ ନାଁ ଘୋଷଣା ହୋଇଛି । ଗଂଜାମ ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ଅମରେନ୍ଦ୍ର ଦାଶଙ୍କୁ ଜଗତସିଂହପୁର, ଯାଜପୁର ପାଇଁ ଆକାଶ ଦାଶନାୟକଙ୍କ ନାଁ ଘୋଷଣା ହୋଇଛି । ଖୋର୍ଦ୍ଧା ପାଇଁ ପ୍ରଶାନ୍ତ ଜଗଦେବ, କୋରାପୁଟ ପାଇଁ ରଘୁରାମ ମାଛ, ମାଲକାନଗିରି ଜିଲ୍ଲା ପାଇଁ ନରସିଂହ ମାଡ଼କାମିଙ୍କ ନାଁ ଘୋଷଣା ହେଇଛି ।