Spread the love

ଇଣ୍ଡୋନେସିଆ: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଶନିବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍‌ (GFZ) ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ରେକର୍ଡ ହୋଇଥିବା ବେଳେ ଏହାର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ ୩୭୬ କିଲୋମିଟର ଗଭୀରତାରେ ଥିଲା । ଅତ୍ୟଧିକ ଗଭୀରତାରେ ଭୂକମ୍ପ ଘଟିଥିବାରୁ ଏହାକୁ ‘ଡିପ୍-ଫୋକସ୍’ ଭୂକମ୍ପ ବୋଲି କୁହାଯାଉଛି । ଭୂକମ୍ପ ପରେ ତୁରନ୍ତ କୌଣସି ପ୍ରକାର ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ । ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ଏଜେନ୍ସି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଇଣ୍ଡୋନେସିଆର ମାଲୁକୁ ଦ୍ୱୀପ ନିକଟବର୍ତ୍ତୀ ବାଣ୍ଡା ସାଗରରେ ମଧ୍ୟ ୬.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ଇଣ୍ଡୋନେସିଆର ଏକ ସମ୍ପୃକ୍ତ ଏଜେନ୍ସି ଅନୁଯାୟୀ, ଶୁକ୍ରବାରର ଭୂକମ୍ପ ୧୪୩ କିଲୋମିଟର ଗଭୀରତାରେ ଘଟିଥିଲା । ତେବେ ଶୁକ୍ରବାର ଘଟିଥିବା ଭୂକମ୍ପ ପରେ କୌଣସି ସୁନାମି ବିପଦ ନଥିବା ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ସେହିପରି ଏହି ଭୂକମ୍ପରେ ମଧ୍ୟ କୌଣସି କ୍ଷୟକ୍ଷତିର ଖବର ନାହିଁ ।

Leave a Reply

Your email address will not be published. Required fields are marked *