କଟକ : ତିନିମହଲା ଉପରୁ ପଡ଼ି ଯୁବତୀ ମୃତ । କଟକ ବାଦାମବାଡ଼ି ଅଞ୍ଚଳରେ ଅଘଟଣ । ଫୋନରେ କଥା ହେଉଥିବା ବେଳେ ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ କଟକ ବାଦାମବାଡ଼ିରେ ଭଡ଼ାରେ ରହୁଥିଲେ । ତାଙ୍କ ମୃତଦେହ ନିକଟରୁ ମୋବାଇଲ ଫୋନ୍ ଜବତ ହୋଇଛି । ପୋଲିସ ମୃତଦେହକୁ ବ୍ୟବଛେଦା ପାଇଁ ପଠାଇ ଅଧିକ ତଦନ୍ତ କରୁଛି ବାଦାମବାଡ଼ି ପୋଲିସ । ଯୁବତୀ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଛାତ ଉପରୁ ଠେଲି ଦେଇଛି, କାରଣ ଅସ୍ପଷ୍ଟ ରହିଛି ।
ସେହିପରି ଆଜି ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗତକାଲି ରାତିରେ ଶୋଇଥିବା ବେଳେ ହଠାତ୍ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି । ମୃତକ ହେଲେ ଦମୟନ୍ତୀ ବାରିକ । ତାଙ୍କ ସ୍ବାମୀଙ୍କୁ ଚିକିତ୍ସା ପାଇଁ ବାଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।