Spread the love

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ ଜାଲରେ ପୋଲିସ ବାବୁ ଧରାପଡିବା ପରେ ସାମ୍ନାକୁ ଆସିଛି ତାଜୁବ କଲାଭଳି ସମ୍ପତ୍ତି। ଗତକାଲି ଲାଞ୍ଚ ନେଇ ଧରା ପଡ଼ିଥିଲେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର। ରେଡ ବେଳେ ଟ୍ରଙ୍କରୁ ବାହାରିଲା ବିଡ଼ା ବିଡ଼ା ନୋଟ୍ ।​

ରେଳ ଷ୍ଟେସନରୁ ଓ ଘରୁ ମିଳିଲାଣି ୪୮ ଲକ୍ଷରୁ ଅଧିକ ଟଙ୍କା । କେଜିଏରୁ ଅଧିକ ସୁନା ଜବତ ହୋଇଛି । ବାହାରିଲା ୭୦ ବିଡା ୫ଶହ ଟଙ୍କିଆ ନୋଟ ବଣ୍ଡଲ। ​ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ପଡିଛନ୍ତି। ​ଭୁବନେଶ୍ୱର, ସମ୍ବଲପୁର ଓ ଭଞ୍ଜନଗରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ତାଙ୍କ ଭଉଣୀଙ୍କ ଘରେ ଦୁଇଟି ଟ୍ରଙ୍କ୍ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୭୦ ବିଡା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି। ୧୧୪୦ ଗ୍ରାମ, ୬ ଟି ସୁନା କଏନ, ଦୁଇଟି ସୁନା ବିସ୍କୁଟ ମିଳିଛି ।

Leave a Reply

Your email address will not be published. Required fields are marked *