Spread the love

 

IMAGE_1707038691

କଂଗ୍ରେସ ନେତା ମଣିଶଙ୍କର ଆୟର ନିଜ ବୟାନକୁ ନେଇ ଅନେକଥର ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ତାଙ୍କ ଝିଅ ମଧ୍ୟ ସମାନ ପଥ ଅନୁସରଣ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ‘ଆପତ୍ତିଜନକ ମନ୍ତବ୍ୟ’ ପୋଷ୍ଟ କରିଥିବା ଅଭିଯୋଗରେ କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କ ଝିଅ ସୁରନ୍ୟା ଆୟରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ସୁପ୍ରିମକୋର୍ଟର ଓକିଲ ତଥା ବିଜେପି ନେତା ଅଜୟ ଅଗ୍ରୱାଲ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସୁରନ୍ୟା ଆୟର ୨୦ ଜାନୁଆରୀ ୨୦୨୪ ଏବଂ ଅନ୍ୟାନ୍ୟ ତାରିଖରେ ଫେସବୁକ, ୟୁଟ୍ୟୁବ ଏବଂ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିଥିଲେ ବୋଲି ଅଜୟ ଅଗ୍ରୱାଲ ଶନିବାର ଦିନ ଦିଲ୍ଲୀ ସାଇବର କ୍ରାଇମ ପୁଲିସ ନିକଟରେ କରିଥିବା ଅଭିଯୋଗରେ କହିଛନ୍ତି। ସେ ସୁରନ୍ୟା ଆୟରଙ୍କ ଭିଡିଓରେ ଏହି ଲିଙ୍କ ଯୋଡି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚକୁ ଏ ସମ୍ପର୍କରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି।

ପ୍ରକୃତରେ ଗତ କିଛି ଦିନ ତଳେ ସୁରନ୍ୟା ଆୟର ରାମ ମନ୍ଦିର ନିର୍ମାଣକୁ ବିରୋଧ କରି ତିନି ଦିନ ଉପବାସ ରଖିଥିଲେ। ଏଥିସହ ସୋଶାଲ ମିଡିଆରେ ସନାତନ ଧର୍ମ ବିରୋଧରେ ଅପଶବ୍ଦ ପୋଷ୍ଟ କରିଥିଲେ। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ତାଙ୍କୁ ଏଭଳି କରିବା ଏବେ ମହଙ୍ଗା ପଡିଛି।

ଏହାକୁ ନେଇ ବିଜେପି ନେତାଙ୍କ ବ୍ୟତୀତ ଦିଲ୍ଲୀର ଜଙ୍ଗପୁରା ଏକ୍ସଟେନ୍ସନ୍‌ର ରେସିଡେନ୍ସ ୱେଲଫେୟାର ଆସୋସିଏସନ୍ (ଆରଡବ୍ଲୁଏ) ମଧ୍ୟ ବର୍ଷିଛି। ସୋସିଆଲ ମିଡିଆ ପୋଷ୍ଟରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କରିବା ପରେ ସୁରନ୍ୟା ଆୟରଙ୍କୁ ରେସିଡେନ୍ସି ଅଞ୍ଚଳରୁ ବାହାରକୁ ଯିବାକୁ କହିଛି।

 

Leave a Reply

Your email address will not be published. Required fields are marked *