Spread the love

 

IMAGE_1707044715

‘ଯଦି ମୁଁ ବିଜେପବିରେ ଯୋଗ ଦେବି ତେବେ ମୋର ସମସ୍ତ ଦୋଷ କ୍ଷମା ହୋଇଯିବ। ବିଜେପିକୁ ଯିବା ପାଇଁ ବାଧ୍ୟ କରାଯାଉଛି। ମୋର ବିଜେପିକୁ ଯିବାର ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ନଇଁବିନି।’ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ ଭିତରେ ଆଜି ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଓ ବିଜେପିକୁ କଡ଼ା ଟାର୍ଗେଟ କରିଛନ୍ତି। କ୍ରାଇମବ୍ରାଞ୍ଚର ନୋଟିସ ପରେ ସେ କହିଛନ୍ତି, ସେମାନେ(ବିଜେପି) କହୁଛନ୍ତି ଯେ ଯଦି ମୁଁ ବିଜେପିରେ ଯୋଗ ଦେବି, ତେବେ ଆଉ ଚଢ଼ାଉ ହେବ ନାହିଁ। ମୁଁ ବିଜେପିକୁ ଯିବାର ନାହିଁ। ମୁଁ କାହିଁକି ଯିବି? ଯଦି ଆପଣ ବିଜେପିରେ ଯୋଗ ଦିଅନ୍ତି ତେବେ ସମସ୍ତ ଦୋଷ କ୍ଷମା ହୋଇଯିବ, କିନ୍ତୁ ଆମେ ଯିବୁ ନାହିଁ। ଯେତେ ଚେଷ୍ଟା କଲେ ବି ମୁଁ ମୁଣ୍ଡ ନୁଆଁଇବି ନାହିଁ। ଆମେ କ’ଣ ଭୁଲ୍‌ କରିଛୁ?

ନାଁ ନନେଇ ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ଏବଂ ବିଜେପି ସମସ୍ତ ଏଜେନ୍ସିକୁ ଆମ ପଛରେ ଲଗାଇଛନ୍ତି। ସରକାରୀ ଏଜେନ୍ସିଗୁଡିକର ଦୂରୁପଯୋଗ କରାଯାଉଥିବା କେଜ୍ରିଓ୍ୱାଲ ଅଭିଯୋଗ କରିଛନ୍ତି। ସେ ପୁଣିଥରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ମିଛ ମାମଲାରେ ଜେଲ୍‌ରେ ବନ୍ଦ କରାଯାଇଥିବା ନେଇ ଅଭିଯୋଗ ଉଠାଇଛନ୍ତି। ଆଜି ଯଦି ମନୀଷ ସିସୋଦିଆ ଭଲ ବିଦ୍ୟାଳୟ ଓ ସତ୍ୟେନ୍ଦ୍ର ଜୈନ୍‌ ଭଲ ହସ୍ପିଟାଲ ନିର୍ମାଣ କରିନଥାନ୍ତେ, ତେବେ ସେମାନେ ଏମାନଙ୍କୁ ଗିରଫ କରିନଥାନ୍ତେ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

କିରାଡି ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇଟି ନୂଆ ସରକାରୀ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଆମକୁ ଅଟକାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଅଟକିବୁ ନାହିଁ। ଦିଲ୍ଲୀରେ ଶିକ୍ଷାର କ୍ରାନ୍ତିର ଯେଉଁ ମଶାଲ ଜଳାଇଛୁ ତାକୁ ଲିଭିବାକୁ ଦେବୁ ନାହିଁ। କେଜ୍ରିୱାଲଙ୍କ ସହିତ ତୁମର ଶତ୍ରୁତା ଅଛି, ଜନସାଧାରଣଙ୍କ ପିଲାମାନଙ୍କ ସହିତ ଶତ୍ରୁତା ରହିବା ଉଚିତ୍ ନୁହେଁ। ସେମାନଙ୍କର ପିଲାମାନେ ଶିକ୍ଷା ପାଇବା ଉଚିତ।

 

Leave a Reply

Your email address will not be published. Required fields are marked *