
ସେ କହିଛନ୍ତି, ‘ଆମେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିସାରିଛୁ। ଆସନ ବଣ୍ଟନ ସଂପର୍କରେ କୌଣସି ଦ୍ୱନ୍ଦ୍ୱ ନାହିଁ | ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆମେ ଜୋରଦାର ଲଢ଼ିବୁ । ସମାଜବାଦୀ ପାର୍ଟି କଂଗ୍ରେସକୁ ୮୦ଟି ଆସନ ମଧ୍ୟରୁ ୧୧ଟି ଦେଇଛି, କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇନାହିଁ। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ରେ ଯୋଗଦେବା ସଂପର୍କରେ ଏସପି ମୁଖ୍ୟ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ନିମନ୍ତ୍ରଣ ପାଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟତଃ ଏମିତି ହୋଇଥାଏ ଯେ କାର୍ଯ୍ୟକ୍ରମ ଶେଷ ହେବା ପରେ ଆମକୁ ନିମନ୍ତ୍ରଣ ମିଳିଥାଏ | ନୀତୀଶ କୁମାର ଏନଡିଏରେ ଯୋଗଦେବା ପ୍ରଶ୍ନରେ ସେ କହିଛନ୍ତି ଯେ ସେ କିପରି ଏନଡିଏରେ ଯୋଗ ଦେଇଛନ୍ତି ମୁଁ ଜାଣେ ନାହିଁ। ବୋଧହୁଏ ବିଜେପି ତାଙ୍କ ଉପରେ କିଛି ଯାଦୁ କରିଦେଇଛି । ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦେବା ଉପରେ ସେ କହିଛନ୍ତି ଯେ ଏହା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ନିଷ୍ପତ୍ତି। ଭୋଟର ସମୀକରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯଦି ତାଙ୍କୁ ଭାରତରତ୍ନ ଦିଆଯାଇଥାନ୍ତା ତେବେ ଏହା ପୂର୍ବରୁ ମଧ୍ୟ ଦିଆଯାଇଥାନ୍ତା | ରାମ ମନ୍ଦିରର ଉଦଘାଟନ ଏବଂ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।