
ଦୁର୍ଘଟଣାରେ ଉଭୟ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ୱୁଲାନସ ଯୋଗେ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ କୁ ଜବତ କରାଯାଇଥିବା ବେଳେ କାର୍ ଡ୍ରାଇଭରକୁ ଅଟକ ରଖିଛି ଖଲ୍ଲିକୋଟ ଥାନା ପୋଲିସ୍ । ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।