
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନଯାଇପାରିଲେ ମଧ୍ୟ ସମଗ୍ର ଦେଶବାସୀ ନିଜ ନିଜ ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଏହି ପବିତ୍ର ମୁହୁର୍ତ୍ତକୁ ଦେଖି ଦିବ୍ୟ ଆନନ୍ଦ ଲାଭ କରିଛନ୍ତି । ପ୍ରତ୍ୟେକ ମୂହୂର୍ତ୍ତ ଲାଇଭ ମାଧ୍ୟମରେ ସାରା ଦେଶର ଲୋକଙ୍କ ପାଖରେ ପହଞ୍ଚିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରେ ରହି ଭର୍ଚୁଆଲରେ ଲାଇଭ ଦର୍ଶନ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ଲାଇଭ ଦେଖିବା ସହ ମୁଖ୍ୟମନ୍ତ୍ରୀ ଦୁଇ ହାତ ଯୋଡି ପ୍ରଭୁ ରାମଲଲାଙ୍କୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି ।