
ପୂର୍ବରୁ ଥିବା ଯୋଜନା ଅନୁସାରେ ଶନିବାର ଷ୍ଟକ ବଜାର ମାତ୍ର ୨ ଘଣ୍ଟା ପାଇଁ ଖୋଲିବାର ଥିଲା । କିନ୍ତୁ ପରେ ସଂପୂର୍ଣ୍ଣ ସମୟ ପାଇଁ ଷ୍ଟକ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ଷ୍ଟକବଜାର ୯ଟା ୧୫ ମିନିଟରେ ଖୋଲି ୩.୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।
ସେୟାର ମାର୍କେଟ ବନ୍ଦ ହେବା ବେଳକୁ ବିଏସଇ ସେନ୍ସେକ୍ସ ୨୫୯.୫୮ ପଏଣ୍ଟ ବା ୦.୩୬ ପ୍ରତିଶତ ହ୍ରାସ ପାଇ ୭୧,୪୨୩ ସ୍ତରରେ ବନ୍ଦ ହୋଇଛି । ଏନଏସଇର ନିଫ୍ଟି ୫୦.୬୦ ପଏଣ୍ଟ ବା ୦.୨୩ ପ୍ରତିଶତ ବୃଦ୍ଧି ସହ ୨୧,୫୭୧ ସ୍ତରରେ ବନ୍ଦ ହୋଇଛି ।
ଏହାର କାରଣ ହେଉଛି ଏହି ଟ୍ରେଡିଂ ଅଧିବେଶନ ମାଧ୍ୟମରେ ଷ୍ଟକ ଏକ୍ସଚେଞ୍ଜ ବିପର୍ଯ୍ୟୟ ପୁନରୁଦ୍ଧାର ସାଇଟର ପରୀକ୍ଷା କରାଯିବ । ଅର୍ଥାତ୍ ଯଦି କେବେ ସାଇବର ଆକ୍ରମଣ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜୁଛି, ତେବେ ନିୟମିତ ବିଏସ୍ଇ ଏବଂ ଏନ୍ଏସ୍ଇ ୱିଣ୍ଡୋକୁ ସହଜରେ ଅନ୍ୟ ସାଇଟ୍କୁ ଲାଇଭ୍ ସ୍ଥାନାନ୍ତର କରାଯାଇପାରିବ। ବଜାର ଓ ନିବେଶକଙ୍କ ମଧ୍ୟରେ ସ୍ଥିରତା ବଜାୟ ରଖିବା ଏହାର ଉଦ୍ଦେଶ୍ୟ।