
କେବଳ ୨୦୦୦ ଟଙ୍କିଆ ନୋଟ ନୁହେଁ ରିଜର୍ଭ ବ୍ୟାଙ୍କର ଅନ୍ୟାନ୍ୟ କାରବାର ମଧ୍ୟ ବନ୍ଦ ରହିବ । ସେଗୁଡ଼ିକ ମଧ୍ୟରେ ରହିଛି ସରକାରୀ ସିକ୍ୟୁରିଟି କାରବାର, ବିଦେଶୀ ମୁଦ୍ରା କାରବାର, ଟଙ୍କା ସୁଧହାର ଡେରିଭେଟିଭ୍ କାରବାର ଇତ୍ୟାଦି । ପରବର୍ତ୍ତି ଦିନ ଅର୍ଥାତ ୨୩ ତାରିଖରୁ ଏସବୁ କାରବାର ସ୍ବାଭାବିକଭାବେ ହେବ ।
ଏହା ପୂର୍ବରୁ ଜାନୁଆରି ୧୨ ତାରିଖରେ ବି ୨୦୦୦ ଟଙ୍କିଆ ନୋଟ ବଦଳ କାର୍ଯ୍ୟ ବନ୍ଦ ରହିଥିଲା । କେତେକ ପରିଚାଳନାଗତ ସମସ୍ୟା ଯୋଗୁଁ ଏପରି ହୋଇଥିଲା ।
ଅନ୍ୟପକ୍ଷରେ ସରକାରୀ ନିଷ୍ପତ୍ତି ଅନୁସାରେ ସେହିଦିନ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ବି ଅଧାଦିନ ବନ୍ଦ ରହିବ । କିନ୍ତୁ ଘରୋଇ ବ୍ୟାଙ୍କମାନେ ନିଜେ ଏ ନେଇ ନିଷ୍ପତ୍ତି ନେଇପାରିବେ ।