Spread the love

ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାର ସାୟଖା ଜିଆଇଡିସିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଚିକିତ୍ସା ସମୟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଏଥିରେ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ଶିଳ୍ପ ଅଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ସାୟଖାର ଶ୍ୟାନଜିଲ୍ ଫାର୍ମା କମ୍ପାନୀରେ ହାଇଡ୍ରୋଜେନ୍ ରାସାୟନିକ ପ୍ରକ୍ରିୟା ଚାଲିଥିବା ସମୟରେ ବଏଲରରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଯୋଗୁଁ ଧୂଆଁ ସମଗ୍ର ଅଞ୍ଚଳରେ ବ୍ୟାପିଯାଇଥିଲା । ଫଳରେ ବ୍ୟାପକ ଚିନ୍ତା ସୃଷ୍ଟି କରିଥିଲା । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଆହତ ହୋଇଛନ୍ତି ।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିର୍ବାପନ ପ୍ରୟାସ ଆରମ୍ଭ କରିଥିଲେ। ତଦନ୍ତ ସମାପ୍ତ ହେବା ପରେ ହିଁ ବିସ୍ଫୋରଣର ସଠିକ୍ କାରଣ ନିର୍ଣ୍ଣୟ କରାଯିବ।

Leave a Reply

Your email address will not be published. Required fields are marked *