Spread the love

ନୋଏଡା: ଉଜୁଡ଼ିଗଲା ଗୋଟିଏ ପରିବାରର ହସଖୁସିର ସଂସାର । ମ୍ୟାଗି ନୁଡୁଲ୍ସ ଖାଇ ଚିରଦିନ ପାଇଁ ଶୋଇଗଲେ । ତିନି ନିଷ୍ପାପ ଶିଶୁ ସହ ଚାଲିଗଲା ବାପା ମାଆଙ୍କ ଜୀବନ । ଦିଲ୍ଲୀ ଗ୍ରେଟର ନୋଏଡାର ରାବୁପୁରା ଥାନା ଅନ୍ତର୍ଗତ ନଗଲା ଶ୍ରୀ ପଦମ ଗାଁରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରେ ବାପା-ମା’ ଏବଂ ସେମାନଙ୍କର ୩ ଜଣ ନାବାଳକ ସନ୍ତାନ ଅଛନ୍ତି ।

ନୋଏଡା ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଏହା ଖାଦ୍ୟ ବିଷାକ୍ତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ବାସିନ୍ଦା ଏବଂ ମହେଶଙ୍କ ମା’ଙ୍କ କହିବା ଅନୁସାରେ, ପରିବାର ଲୋକେ ଗତ ରାତିରେ ମ୍ୟାଗି (ନୁଡୁଲ୍ସ) ଏବଂ ଚା’ ଖାଇ ଶୋଇଥିଲେ । ସକାଳେ ଘରୁ କେହି ନ ବାହାରିବାରୁ ପଡ଼ୋଶୀମାନେ ଖୋଜାଖୋଜି କରିବା ପରେ ବିଛଣା ଉପରୁ ସମସ୍ତଙ୍କ ଶବ ମିଳିଥିଲା ।

ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ, ବରିଷ୍ଠ ଅଧିକାରୀ, ଆମ୍ବୁଲାନ୍ସ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ଏବଂ ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି । ପୋଲିସ ଶବଗୁଡ଼ିକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଲ୍ୟାବ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *