
ଆଜି ବାଲେଶ୍ଵର ଗସ୍ତରେ ଆସି ରେଳଷ୍ଟେସନ ପରିଦର୍ଶନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଯାତ୍ରୀଙ୍କ ସୁବିଧା ନେଇ ସେମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ଷ୍ଟେସନର ଫଳକରେ ଥିବା ନାଁ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ନାମ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦୁଇରୁ ତିନି ମଧ୍ୟରେ ଇଂରାଜୀରେ ନାମ ବଦଳିଯିବ।
ଶନିବାର ନୀଳଗିରି ଗୋପୀନାଥପୁରଠାରେ ନୂତନ ରେଳଷ୍ଟେସନର ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଷ୍ଟେସନର ଲୋକାର୍ପଣ ସହ ପୂରଣ ହୋଇଛି ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳବାସୀଙ୍କ ସ୍ବପ୍ନ। ଏହି ଅବସରରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।