ଗିରଫ ଅଭିଯୁକ୍ତମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଢ଼ୀ ଗ୍ରାମର ଲୋକୁ ଓରଫ୍ ସେକ୍ ରାଜାଉଦ୍ଦିନ (୨୩)। ରାଜାଉଦ୍ଦିନ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଅନ୍ୟମାନେ ହେଲେ, ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ଜଗା ଓରଫ୍ ଜଗତଜିତ ମହାନ୍ତ (୨୦)। ଜଗା ନାମରେ ରାଇରଙ୍ଗପୁର ଟାଉନ୍, ଗ୍ରାମାଞ୍ଚଳ, ବହଳଦା ଏବଂ ରରୁଆଁ ଥାନାରେ ପୋକ୍ସୋ, ଡକାୟତି, ରାହାଜାନୀ ଏବଂ ଚୋରି ଭଳି ପ୍ରାୟ ୧୧ଟିରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲା ରହିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ାମକୁରାଢ଼ୀ ଗ୍ରାମର ଘାଗର ଓରଫ୍ ସେକ୍ ସଫରୁଦ୍ଦିନ (୨୪)। ଘାଗରଙ୍କ ବିରୋଧରେ କେନ୍ଦୁଝର ରାମଚନ୍ଦ୍ରପୁର ଥାନାରେ ବୋଲେରୋ ଚୋରି ମାମଲା, କେନ୍ଦୁଝର ଟାଉନ୍ ଥାନାରେ ଗୋ-ଚାଲାଣ ଓ ଚୋରି ସହ  ରାଇରଙ୍ଗପୁର ଥାନାରେ ଏକାଧିକ ମାମଲା ରହିଛି। ଝାରପୋଖରିଆ ଥାନା ଅନ୍ତର୍ଗତ ଡୁମୁରିଆ ଗ୍ରାମର ରାଜା ବେହେରା (୧୯) ନାମରେ ଝାରପୋଖରିଆ (କେସ୍ ନଂ- ୪୧/୨୪ ଏବଂ ବିଶୋଇ ଥାନାରେ କେସ୍ ନଂ- ୨୩୯/୨୩ ଚୋରି ଓ ଡକାୟତି ଯୋଜନା ମାମଲା ରହିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁସାବଣି ତଥା ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ଆନନ୍ଦପୁର ଗ୍ରାମର ଜୟୀ ସିଟ୍ (୨୫), ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡାମକୁରାଢ଼ୀ ଗ୍ରାମର ସେକ୍ ଅଜମଲ ଓରଫ୍ ଅଜମତ (୩୨), ମହମ୍ମଦ ଅରବାଜ ସାଇ (୨୧), ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ମହୁଲବସା ଗ୍ରାମର ସେକ୍ ୱାହିଦ (୨୬) ପ୍ରମୁଖ। ସେହିପରି ଆଉ ଜଣକୁ ଅଟକ ରଖାଯାଇଛି। ଅନୁସନ୍ଧାନ ଚାଲିଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ବିଷଦ ବିବରଣୀ ଦେଇନାହିଁ।   ତେବେ ଏହି ଘଟଣାରେ ବହଳଦା ଥାନାରେ କେସ୍ ନଂ- ୧୮୦/୨୬ ଅନୁଯାୟୀ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।