Spread the love

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବଡରଘୁନାଥପୁରଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଏବଂ ନାଚଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଛାତ୍ରଛାତ୍ରୀମାନେ ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ ସହ ଆହୁରି ଅନେକ କ୍ରୀଡା ଓ ନାଚଗୀତରେ ଭାଗ ନେଇଥିଲେ |

ଏଥିରେ ବିଦ୍ୟାଳୟର  ୪୨୦ ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ | ଶୁକ୍ରବାର ଦିନ କ୍ରୀଡା ଉତ୍ସବର ଉଦ୍‌ଘାଟନ ହୋଇଥିଲା ବେଳେ ଶନିବାର ଦିନ ଏହା ଶେଷ ହୋଇଥିଲା | ଉଦ୍‌ଯାପନୀ  କାର୍ଯ୍ୟକ୍ରମରେ ଜଟଣୀର ମାନ୍ୟବର ବିଧାୟକ ସୁରେଶଚନ୍ଦ୍ର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମାଜସେବୀ ତଥା ଯୁବନେତା ମନ୍ମଥ କୁମାର ରାଉତରାୟ, ଶିକ୍ଷାକେନ୍ଦ୍ରର ସଂପାଦକ ବିଜନ କୁମାର ଜେନା, ଯୁଗ୍ମ ସଂପାଦିକା ରଶ୍ମିତା ଜେନା, ପ୍ରଶାସନିକ ଅଧିକାରୀ ନମିତା ପଟ୍ଟନାୟକ, ଭାଇସ୍‌ଚେୟାରମ୍ୟାନ ବିଜୟ ଜେନା, କ୍ରୀଡାବିତ୍ ଓ ଶିକ୍ଷକ ଚେନୁ ଶେଖର ପଟ୍ଟନାୟକ  ଓ ବଡ଼ରଘୁନାଥପୁରର ସମାଜସେବୀ ମୁରଲୀଧର ଜେନା ପ୍ରମୁଖ ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ | ପାଠପଢା ସହିତ ଖେଳକୁଦ ଓ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେବା ସହିତ ସେମାନଙ୍କ ଭିତରେ ପ୍ରତିଯୋଗୀ ମନୋଭାବ ବଢାଇବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ | ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଧ୍ରୁବଚରଣ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମର ତତ୍ତ୍ବାବଧାନ କରିଥବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ସାମିଲ ହୋଇ ସହାୟତା ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *