
ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଏକ ୩ହଜାର ବର୍ଗଫୁଟର କୋଠା ଓ ପାଣ୍ଡରା ସତ୍ୟବିହାର ଠାରେ ୨୪ଶହ ବର୍ଗ ଫୁଟର କୋଠା ରହିଛି । ଭୁବନେଶ୍ବର ପ୍ରାଇମ ଲୋକେସନରେ ୩୧ଟି ପ୍ଲଟ ରହିଥିବା ବେଳେ ଏଥିରୁ ୧୦ଟି ବେନାମୀ ରହିଛି । ଏହାର ମୂଲ୍ୟ ୨କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ବୀମାରେ ଜମା ରହିଛି ୭୨ଲକ୍ଷ ୮୦ ହଜାର ଟଙ୍କା । ପଞ୍ଚାନନଙ୍କ ପାଖରେ ନଗଦ ଟଙ୍କା ଓ ସୁନା ଅଳଙ୍କାର ପ୍ରାୟ ୧୫ଲକ୍ଷରୁ ଅଧିକ ଟଙ୍କାର ରହିଛି । ପୁଅକୁ ଡାକ୍ତରୀ ପାଠ ପଢାଇବାରେ ଖର୍ଚ୍ଚ କରିଛନ୍ତି ୫୦ ଲକ୍ଷ ଟଙ୍କା । ଗୋଟିଏ କାର ସହ ୩ଟି ବାଇକ ରହିଥିବା ବେଳେ ଏଗୁଡ଼ିକ ବେନାମୀ ବୋଲି ଜଣାପଡ଼ିଛି । ଆୟ ବର୍ହିଭୁତ ସଂପତ୍ତି ଠୁଳ ନେଇ ନୟାଗଡ଼, ଭୁବନେଶ୍ବର, ଖୋର୍ଦ୍ଧା ଓ କଟକର ୭ଟି ସ୍ଥାନରେ ଚାଲିଛି ଚଢଉ ।