
ହୁମା ପଞ୍ଚାୟତର ଗଡ଼ହୁମାରେ ଥିବା ଶହ ଶହ ବର୍ଷର ଜଗନ୍ନାଥ ମନ୍ଦିରକୁ ଅପମାନ ଏବଂ ଅଣଦେଖା ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣ ଦେଲେ ଗ୍ରାମବାସୀ । ଗଡ଼ଜାତ ସମୟର ଜଗନ୍ନାଥ ମନ୍ଦିରକୁ ଅଣଦେଖା କରି ଅନ୍ୟ ଏକ ଜାଗାରେ ଅର୍ପଣ ରଥ ଉଦଘାଟନ ସହ ପରିକ୍ରମା କରିବାକୁ ନେଇ ଦେଖାଦେଇଛି ବିବାଦ ।
ପୂର୍ବରୁ ନିଷ୍ପତ୍ତି ଅନୁସାରେ ଗଡ଼ହୁମା ଜଗନ୍ନାଥ ମନ୍ଦିର ପରିସରରେ ଅର୍ପଣରଥ ର ଉଦଘାଟନ ସହ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତି ସରିଥିଲା । ଶହ ଶହ ଗ୍ରାମବାସୀଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ପ୍ରସ୍ତୁତ ଥିଲେ ହେଲେ ବିନା ସୂଚନାରେ ସ୍ଥାନ ପରିବର୍ତ୍ତନ କରି ଜଗନ୍ନାଥ ମନ୍ଦିର ପରିବର୍ତ୍ତେ ହୁମା ର ଏକ ଶିବ ମନ୍ଦିରରେ ରଥ ଉଦଘାଟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଣୁ ଜଗନ୍ନାଥଙ୍କୁ ଅପମାନ କରି ଏଭଳି ନିଷ୍ପତ୍ତି ନେଇଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।