Skip to content

ରାୟଗଡ଼ାରେ ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ। ଠେଲାପେଲାରେ ୨ଛାତ୍ରୀ ଗୁରୁତର। ଜିଆଇସିଆର କଲେଜ ଖେଳ ପଡ଼ିଆରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି ହୋଇଥିବା ସୂଚନା ମିଳିଛି | ଜଣେ ଛାତ୍ରୀ ଖାଇବା ଆଣିବାକୁ ଗଲାବେଳେ ଗରମ ତେଲ କଡ଼େଇରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଠେଲାପେଲାରେ ଅସୁସ୍ଥ ହୋଇଛନ୍ତି ବୋଲି ଯଣାପଡ଼ିଛି। ଯଥେଷ୍ଟ ଖାଦ୍ୟ ନଥିବାରୁ ଖାଇବା ପାଇଁ ଠେଲାପେଲା ଘଟିଥିବା ଅଭିଯୋଗ ହୋଇଛି।