
ଏହା ପୂର୍ବରୁ ମାଳଦ୍ବୀପର ଯୁବ ବ୍ୟାପାର ମନ୍ତ୍ରୀ ମରିୟମ ସିଉନା ଏକ୍ସରେ ଲେଖିଥିଲେ ଯେ ମୋଦୀ ହେଉଛନ୍ତି ଜଣେ ଜୋକର ଓ ଇସ୍ରାଏଲର ଗୋଡ଼ାଣିଆ । ପୁଣି ଭାରତୀୟ ହୋଟେଲ ଗୁଡ଼ିକୁ ଗନ୍ଧବାହାରେ ବୋଲି ସେ ଲେଖିଥିଲେ । ଏହାକୁ ନେଇ ବିବାଦ ହେବା ପରେ ସେ ନିଜର ଟୁଇଟ ଡିଲିଟ କରିଦେଇଥିଲେ । ସେହିପରି ଅନ୍ୟ ଦୁଇ ମନ୍ତ୍ରୀ ବି ଭାରତ ବିରୋଧରେ ବୟାନ ଦେଇଥିଲେ ।
ଏହାକୁ ନେଇ ବଡ଼ ବିବାଦ ହେବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ହଜାର ହଜାର ଭାରତୀୟ ମାଳଦ୍ବୀପ ଗସ୍ତକୁ ବାତିଲ କରିଦେଇଛନ୍ତି । ଏହାକୁ ନେଇ ମାଳଦ୍ବୀପ ସରକାରଙ୍କ ଚିନ୍ତା ବଢିଯାଇଛି । ଭାରତ ସହ ସମ୍ପର୍କ ରକ୍ଷା ପାଇଁ ମାଳଦ୍ବୀପ ସରକାର ଏହି ୩ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।