Spread the love

ଭୁବନେଶ୍ୱର : ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନେକ ଓଡ଼ିଆ । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫ ଜଣ ନିଖୋଜ ଥିବା ବେଳେ ଜଣଙ୍କ ପତ୍ତା ମିଳିଛି । ନେପାଳକୁ ଯାଇଥିବା ଖୋର୍ଦ୍ଧାର ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁଙ୍କ ସହ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରିନାହିଁ । ସେମାନେ ୨୦୧୮ ମସିହାରୁ ଅଷ୍ଟେଲିଆରେ ରହି ଆସୁଥିବା ବେଳେ ଗତ ୨୨ ତାରିଖରେ ନେପାଳ ବୁଲିବାକୁ ଯାଇଥିଲେ । ୨୫ ତାରିଖ ନେପାଳ ପଶୁପତିନାଥ ଭ୍ରମଣ କରି କୈଳାସ ସରୋବରକୁ ଯାଇଥଲେ । ଏହାପରେ ଭୟଙ୍କର ବନ୍ୟା ଆସିଥିବା ବେଳେ ଏବେ ଉଭୟଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି ।

ସେହିପର ବରଗଡ଼ ନୁନିଆଜାମପାଲିର ଗୁନ୍ନାମ ଜୟକ୍ରିଷ୍ଣା, ଗୁନ୍ନାମ ସାଇ ବିନ୍ଦୁ କୁମାରୀ ଓ ଗୁନ୍ନାମ ହରେକ୍ସା ନିଖୋଜ ଅଛନ୍ତି ସେହିପରି ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା, ଆକାଶ ପଣ୍ଡା ଓ ଶଙ୍କର ପଣ୍ଡା ନେପାଳ ଯାଇଥିଲେ । ଗତକାଲି ସମସ୍ତେ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ।  ସେମାନେ ରକ୍ସୌଲ୍ ସୀମା ଚେକ୍ ପୋଷ୍ଟ ଅତିକ୍ରମ କରି ଭାରତକୁ ଫେରିଛନ୍ତି । ନେପାଳ ଯାଇଥିବା ଓଡ଼ିଶାର ୬ ଜଣ ଫୁଟବଲ୍ ଖେଳାଳିଙ୍କୁ ନେଇ ମଧ୍ୟ ଚିନ୍ତାର କାରଣ ନାହିଁ। କୋଚ୍ ହଲିମଙ୍କ ସହ ଏହି ଖେଳାଳିମାନେ ନେପାଳର ପୋଖରାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳିବାକୁ ଯାଇଥିଲେ । କୋଚଙ୍କ ସୂଚନା ଅନୁଯାୟୀ ସମସ୍ତ ୬ ଖେଳାଳି ସୁରକ୍ଷିତ ଅଛନ୍ତି । ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏନେଇ ଓଡ଼ିଶା ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।  ତେବେ ବାରିପଦାର ଝିଅ କୁଲସମ୍ ନିଗାରଙ୍କ ସହ ଶେଷରେ ପରିବାର ଲୋକଙ୍କ ଯୋଗାଯୋଗ ହୋଇଛି । ସେ ସୁରକ୍ଷିତ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *