
ଏହି ପରିପ୍ରେକ୍ଷୀରେ ପିପିଲି ବିଡିଓ ସରୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଓ ପାଣିଦୋଳ ପଞ୍ଚାୟତରେ ଶନିବାର ଦିନ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ଏହି ସମୟରେ ରଥ ବିଭିନ୍ନ ଗ୍ରାମରେ ପହଞ୍ଚିବା ପରେ ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, କାହାଳି ସାଙ୍ଗକୁ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା।
ପ୍ରତ୍ୟେକ ଗ୍ରାମରେ ଏହି ରଥକୁ ଧୂପ, ଦୀପ ସହ ପୁଷ୍ପମାଳ ଦେଇ ଲୋକେ ଭରପୁର ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏଥିପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗଳିଗୁଆ ପ୍ରଦାନ କରାଯାଇଥିଲା। ପିପିଲି ବ୍ଲକରେ ମୋଟ୍ ୬ଟି ରଥ ପର୍ଯ୍ୟାୟକ୍ରମେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୨୫ଟି ପଞ୍ଚାୟତ ପରିକ୍ରମା କରିବ ଓ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗଳିଗୁଆ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।