
ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନାଚୁରାଲ । ନୂଆ ଭାରିଏଣ୍ଟ ଚିହ୍ନଟ ହେଲେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡଲାଇନ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ଗାଇଡଲାଇନ ଜାରି କରିପାରୁ।
ଏଥିସହ ସେ କହିଛନ୍ତି, ଥଣ୍ଡା, ଜ୍ୱର କାଶ ହେଲେ ଆପେଆପେ ଆସି ଟେଷ୍ଟ କରି ନିଅନ୍ତୁ । ଏପରି ସ୍ଥଳେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ ହେବ । ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲରେ ଭର୍ତ୍ତି କରାଯିବ ।
ରାଜ୍ୟ ସରକାର ସର୍ଭିଲାନ୍ସକୁ ବନ୍ଦ କରି ନାହାନ୍ତି। ମାତ୍ର ଆବଶ୍ୟକ ସ୍ଥଳେ ଏହାକୁ ଜୋରଦାର କରାଯିବ । ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ଟେଷ୍ଟିଂ କିଟ୍ ଉପଲବ୍ଧ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କେବଳ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଆବଶ୍ୟକ ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।
ସତର୍କ ସୂଚନାରେ କୁହାଯାଇଛି ଯେ ଆଗକୁ ପାର୍ବଣ ଋତୁ ଥିବାରୁ ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।