
ଦୁଇ ଦିନ ତଳେ କରନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୋମବାର ହସ୍ପିଟାଲରେ କରନଙ୍କ ପାଖରେ କେହି ନଥିଲେ। ହେଲେ ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରୁ କରନ ରାଉତଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ।
ଏନେଇ ନୂଆପଡ଼ା ପୁଲିସକୁ ଖବର ଦେଇଥିଲେ ସ୍ଥାନିୟ ଲୋକେ। ନୂଆପଡ଼ା ଥାନା ଏସଆଇ ଚରଣ ମାଝିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏବେ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।