
ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ବିବେକଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ | ଏନେଇ ଅଭିଯୋଗ ମିଳିବା ପରେ ଟାଇଲର ଆଣ୍ଡରସନ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି | ବ୍ୟକ୍ତି ଜଣକ ହତ୍ୟା ଧମକ ଥିବା ମେସେଜ୍ ପଠାଇଥିଲେ | ଗୋଟିଏରେ ରାମସ୍ୱାମୀଙ୍କ ମୁଣ୍ଡକୁ ଗୁଳି ମାରିବା ଧମକ ସହ ଅନ୍ୟଥିରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏନେଇ ଏଫବିଆଇ ପକ୍ଷରୁ କୁହାଯାଇଛି ଯେ ମେସେଜ ପଠାଯାଇଥିବା ଫୋନ ନମ୍ବର ଟାଇଲର ଆଣ୍ଡରସନଙ୍କ ହୋଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି |
ସୂଚନାଯୋଗ୍ୟ, ୩୮ ବର୍ଷୀୟ ରାମାସ୍ୱାମୀ ଦକ୍ଷିଣ-ପଶ୍ଚିମ ଓହିଓର ବାସିନ୍ଦା। ତାଙ୍କ ମା’ ଜଣେ ଜେରିଆଟ୍ରିକ୍ ମାନସିକ ରୋଗ ବିଶେଷଜ୍ଞା ଥିଲେ ଏବଂ ତାଙ୍କ ପିତା ଜେନେରାଲ ଇଲେକ୍ଟ୍ରିକ୍ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ପିତାମାତା କେରଳରୁ ଆମେରିକା ଆସିଥିଲେ। ଏବେ ରାମାସ୍ୱାମୀଙ୍କ ପ୍ରଚାର ଜୋର ଧରିଛି |